ପ୍ରମୁଖ ଖବର
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ଗୁଗଲରେ ୨୦ବର୍ଷ ପୂରଣ କଲେ ସୁନ୍ଦର ପିଚାଇ, କହିଲେ- ବହୁତ କିଛି ବଦଳି ଯାଇଛି ...

ନୂଆଦିଲ୍ଲୀ – ପ୍ରସିଦ୍ଧ ଟେକ୍‌ କମ୍ପାନୀ ଗୁଗଲର ସିଇଓ ସୁନ୍ଦର ପିଚାଇ କମ୍ପାନୀରେ ନିଜର ୨୦ ବର୍ଷର ଲମ୍ୱା ଯାତ୍ରା ପୂରା କରିଛନ୍ତି। ପିଚାଇ ଏହି ବିଶେଷ ମୁହୂର୍ତ୍ତରେ ଇନଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ମାଧ୍ୟମରେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ପିଚାଇ ଇନଷ୍ଟାଗ୍ରାମ୍‌ରେ ଗୋଟିଏ ହିଁ କମ୍ପାନୀ , ଗୁଗଲରେ ଦୁଇ ଦଶକ ପୂରା କରିବାରେ ଏକ ଛୋଟ ଲେଖା ସେୟାର କରିଛନ୍ତି। ନିଜ ପୋଷ୍ଟରେ ସେ ଗତ ୨୦ବର୍ଷର ନିଜର ଯାତ୍ରାର ଝଲକ ପ୍ରଦାନ କରିଛନ୍ତି। 

ନିଜର ପୋଷ୍ଟରେ ପିଚାଇ କହିଛନ୍ତି- ସେବେଠାରୁ ବହୁତ କିଛି ବଦଳି ଯାଇଛି। କିନ୍ତୁ ଗୁଗଲ ସହ କାମ କରିବାରେ ପିଚାଇଙ୍କୁ ଏକ ଭଲ ଅନୁଭବ ମିଳିଛି।  

ସୁନ୍ଦର ପିଚାଇ ନିଜ ପୋଷ୍ଟରେ ଲେଖିଛନ୍ତି ୨୬ ଅପ୍ରେଲ,୨୦୦୪ ଗୁଗଲରେ ମୋର ପ୍ରଥମ ଦିନ ଥିଲା। ସେବେଠାରୁ ବହୁତ କିଛି ବଦଳି ଯାଇଛି- ଟେକ୍ନୋଲଜି, ଆମର ପ୍ରଡକ୍ଟର ଉପଯୋଗ କରୁଥିବା ଲୋକଙ୍କ ସଂଖ୍ୟା ...ମୋ କେଶ। କଣ ନବଦଳିଛି। ଏହି ଅଦ୍ଭୁତ କମ୍ପାନୀରେ କାମ କରିବାରେ ମୋତେ ଖୁବ୍‌ ରୋମାଞ୍ଚର ଅନୁଭୂତି ମିଳିଛି। ୨୦ ବର୍ଷ ପରେ ମଧ୍ୟ ମୁଁ ନିଜକୁ ଭାଗ୍ୟଶାଳୀ ଅନୁଭବ କରୁଛି। 


ଏହା ବ୍ୟତୀତ ପିଚାଇ ଇନଷ୍ଟାଗ୍ରାମ ପୋଷ୍ଟ ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଫଟୋରେ କିଛି ବେଲୁନ ଦେଖିବାକୁ ମିଳୁଛି। ଯେଉଁଥିରେ ଦୁଇଟି ବେଲୁନ ଏପରି , ଯାହା ‘୨୦’କୁ ଦର୍ଶାଉଛି । ଏହା ବ୍ୟତୀତ ଏକ ଲ୍ୟାମ୍ପ ମଧ୍ୟ ଅଛି , ଯାହା ଉପରେ ଲେଖାଅଛି  ୨୦ ବର୍ଷ ପୂରା ହେବାରେ ଶୁଭେଚ୍ଛା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.